About Our School

A journey of knowledge, culture, and character building since 2000.

Sikhya Bikas Samiti Odisha LogoVidya Bharti Logo

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲ୍ଲିକୋଟ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲ୍ଲିକୋଟ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ସହ ଅନୁବନ୍ଧିତ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଏକ ସଂସ୍କାରମୟ ଓ ଦୃଷ୍ଟିସମ୍ପନ୍ନ ଶିକ୍ଷାନୁଷ୍ଠାନ। ଏଠାରେ ଶିକ୍ଷାକୁ କେବଳ ପାଠ୍ୟପୁସ୍ତକର ସୀମାରେ ଆବଦ୍ଧ କରାଯାଏ ନାହିଁ; ଏହାକୁ ଜୀବନ ଗଠନର ଏକ ସାଧନ ଭାବେ ଦେଖାଯାଏ।

ଆମ ଶିକ୍ଷା ପ୍ରଣାଳୀ ଶିଶୁର ବୁଦ୍ଧିକୁ ତୀକ୍ଷ୍ଣ କରିବା ସହିତ ସହିତ ତାଙ୍କର ଚରିତ୍ର, ଆଚରଣ ଓ ଚିନ୍ତାଧାରାକୁ ସଂସ୍କାରିତ କରେ। ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟ, ଶୃଙ୍ଖଳା, ସେବାଭାବ ଓ ରାଷ୍ଟ୍ରପ୍ରେମ ଆମ ଶିକ୍ଷାର ମୂଳ ଆଧାର।

ଶିଶୁମାନେ ଏଠାରେ କେବଳ ଛାତ୍ର ନୁହେଁ; ସେମାନେ ଭବିଷ୍ୟତର ଦାୟିତ୍ୱଶୀଳ, ସଂସ୍କାରବାନ୍ ଓ ଦେଶସେବାରେ ନିବେଦିତ ନାଗରିକ ଭାବେ ଗଢ଼ିଉଠନ୍ତି।

1250

Students

47

Teaching Staff

18

Non-Teaching Staff

2000

Established

Mata Saraswati
Om Symbol
Bharat Mata

ଆମର ଲକ୍ଷ୍ୟ

ଆମର ଲକ୍ଷ୍ୟ ଏଭଳି ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେବ, ଯାହାଦ୍ୱାରା ହିନ୍ଦୁତ୍ୱନିଷ୍ଠ ଏବଂ ରାଷ୍ଟ୍ରଭକ୍ତିରେ ଓତପ୍ରୋତ ତଥା ଶାରୀରିକ, ପ୍ରାଣିକ, ମାନସିକ, ବୌଦ୍ଧିକ, ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ଯୁବ ପିଢ଼ି ନିର୍ମିତ ହେବ, ଯିଏ ଜୀବନର ବର୍ତ୍ତମାନ ଆହ୍ୱାନଗୁଡିକର ସଫଳତାପୂର୍ବକ ମୁକାବିଲା କରିପାରିବ ଓ ଯାହାର ଜୀବନ ନଗର, ଗ୍ରାମ, ବନ, ଗିରିକନ୍ଦର ଓ ଅହ୍ୱାନପୂର୍ଣ୍ଣ କ୍ଷେତ୍ରରେ ବାସ କରୁଥିବା ବଞ୍ଚିତ ଓ ଅଭାବଗ୍ରସ୍ତ ଆପଣାର ବନ୍ଧୁମାନଙ୍କୁ ସାମାଜିକ କୁରୀତି ଏବଂ ଅନ୍ୟାୟରୁ ମୁକ୍ତ କରାଇବା ସହ ରାଷ୍ଟ୍ର ଜୀବନକୁ ସୁସଂସ୍କୃତ, ସମରସ ତଥା ସୁସମ୍ପନ୍ନ କରି 'ବସୁଧୈବକୁଟୁମ୍ବକମ୍' ଭାବନାରେ ପ୍ରେରିତ ହୋଇ ବିଶ୍ୱକଲ୍ୟାଣ ନିମନ୍ତେ ସମର୍ପିତ ହୋଇଥିବ|