Principal's Message
Guiding our students towards a brighter future.

ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥୀ
ପ୍ରଧାନଚାର୍ଯ୍ୟ
ଶ୍ରୀଯୁକ୍ତ ସନ୍ତୋଷ କୁମାର ଶତପଥୀ
ପ୍ରଧାନଚାର୍ଯ୍ୟ
ସେଦିନ ପ୍ରଜ୍ଞାବାନ ଋଷିଯାଜ୍ଞବଳକ୍ୟଙ୍କୁ ପ୍ରଶ୍ନ କରିଥିଲେ ମହୀୟସୀ ମୈତ୍ରେୟୀ - “ଯେ ନାହଂନାମୃତ ସାଂ କିମହଂତେନ କୁର୍ଯ୍ୟାମ”, ଅର୍ଥାତ ଯେଉଁଠାରେ ଅମୃତ ନାହିଁ, ତାକୁ ନେଇ ସେ କ'ଣ ବା କରିବେ? ବାସ୍ତବିକ୍ ମୈତ୍ରେୟୀଳ ସେହି ଆବେଗ କମ୍ପିତ ପ୍ରଶ୍ନ ଆଜିବି ଅପରିବର୍ତିତ। ସାଂପ୍ରତିକ ବିଶ୍ଵର ‘ଅମୃତସ୍ୟ ପୁତ୍ରଃ' ଆତ୍ମସ୍ଥ ହେବା ସମୟରେ ମନରେ ଏକ ପ୍ରଶ୍ନ ହିଁ ଜାଗି ଉଠେ। ସେ ଅନୁଭବ କରେ, କଥାକଥିତ ବହୁ ପ୍ରାପ୍ତି ଭିତରେ ତା’ର ଅନେକ କିଛି ଅପ୍ରାପ୍ତ ରହିଯାଇଛି। ଏ ଅମୃତହିଁ ଶିକ୍ଷା। ସଭ୍ୟତାର ସର୍ବଶ୍ରେଷ୍ଠ ଅବଦାନ ହେଉଛି ଶିକ୍ଷା। ଯାହା ମଣିଷ ଜୀବନର ପରମ ଆବଶ୍ୟକତା ଶିକ୍ଷା-ମଣିଷର ଅନ୍ତର୍ନିହିତ ଚିନ୍ତା ଶକ୍ତି ଜାଗ୍ରତର ଏକ ଉତ୍ସ! ଶ୍ରୀ ଅରବିନ୍ଦଙ୍କ ଭାଷାରେ – “ଅନ୍ତର୍ନିହିତ ଆତ୍ମସତ୍ତାର ପରିପ୍ରକାଶ ହିଁ ଶିକ୍ଷା”। ମାନବିକ ମୂଲ୍ୟବୋଧ ପ୍ରତି ସଚେତନ କରାଇବା ମଧ୍ଯ ଶିକ୍ଷାଇ ଲକ୍ଷ୍ୟ। ଦେଶ-କାଳ ନିର୍ବିଶେଷରେ ସକଳ ମାନବ ଜାତି ଏକ ଓ ଅଭିନ୍ନ। ତେଣୁ ପାରସ୍ପରିକ ଭ୍ରାତୃଭାବ, ସଦିଚ୍ଛା ସେମାନଙ୍କ ମନ ଭିତରେ ପ୍ରୟୋଜନ। ସମଗ୍ର ବସୁଧା ଗୋଟିଏ ପରିବାର- “ବସୁଧୈବ କୁଟୁମ୍ବକମ୍” ର ଭାବରେ ମାନବ ଜାତିକୁ ଉଦ୍ବୁଦ୍ଧ କରିବା ଶିକ୍ଷାର ଲକ୍ଷ୍ୟ । ତାକୁ ପାଥେୟ କରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲ୍ଲିକୋଟ ଗୁଣବତ୍ତା ଛାତ୍ର ନିର୍ମାଣରେ ବ୍ରତୀ ଅଛି। ବିଦ୍ୟାଭାରତୀ ତଥା ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଲକ୍ଷ୍ୟକୁ ପୂର୍ତ୍ତି କରିବା ପାଇଁ ଆଜକୁ ୨୫ ବର୍ଷ ହେଲା, ସେ ତାର ଯାତ୍ରା ଆରମ୍ଭ କରିଛି। ସଂପ୍ରତି ଆମ ବିଦ୍ୟାଳୟ ତା'ର ରଜତ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି। ଇତ୍ୟବସରରେ ମୁଁ ଆମର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବଳ, ସେବାବ୍ରତୀ ଓ ଶୁଭେଚ୍ଛୁମାନଙ୍କୁ ମୋର ଆନ୍ତରୀକ ଶୁଭେଚ୍ଛା ଜଣାଉଛି । “ଭାରତ ମାତା କି ଜୟ" ।
Principal's Signature