
Pragyan Paramita Pattnaik (Puja) from the Batch of 2013 visited the school on the occasion of its Silver Jubilee celebrations.

ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ ବିଦ୍ୟାଳୟର ବିଭିନ୍ନ ବ୍ୟାଚ୍ର ପୁରୁଣା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟ ପରିସର ମଧ୍ୟରେ ପୂର୍ବତନ ବିଦ୍ୟାର୍ଥୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଗୁରୁଜୀ ଗୁରୁମା ଏବଂ ପରିଚାଳନା ସମିତିର ସଦସ୍ୟଙ୍କ ଆଲୋଚନା, ସ୍ମୃତିର ଆଦାନ-ପ୍ରଦାନ ଓ ସାଧାରଣ ଭୋଜନ ସହିତ ଏହି ଦିନରୁ ଆରମ୍ଭ ହେଲା ଆମ ରଜତ ଜୟନ୍ତୀ ପାଇଁ ସାମୂହିକ ପ୍ରସ୍ତୁତି।

ବିଭିନ୍ନ ବ୍ୟାଚ୍ର ପୁରୁଣା ଛାତ୍ରଛାତ୍ରୀମାନଙ୍କର ସାମୂହିକ ସହଭାଗିତାରେ ଆୟୋଜିତ ଏହି ପୂର୍ବ ଛାତ୍ର ଏକତ୍ରୀକରଣ ଦିବସ ଥିଲା ଏକ ଐତିହାସିକ ଅବସର। ଏହି ଦିନରେ ଆଧିକାରିକ ଭାବେ ପୂର୍ବ ଛାତ୍ର ସଂଘର ଗଠନ କରାଯାଇ, ପୁରୁଣା ଛାତ୍ରମାନଙ୍କୁ ଏକ ସଂଗଠିତ ମଞ୍ଚରେ ଏକତ୍ର କରିବାର ଦୃଢ଼ ସଂକଳ୍ପ ଗ୍ରହଣ କରାଯାଇଥିଲା।


ଆମର ପ୍ରତି ବର୍ଷ ର ଛାତ୍ର ଛାତ୍ରୀ ମାନେ ପରସ୍ପର ସହ ଭେଟ ହେବା ପାଇଁ ପ୍ରତିବର୍ଷ ଏହି ପରି ଗୋଟିଏ ଗୋଟିଏ ସ୍ଥାନ ନିର୍ଦ୍ଧାରଣ କରିଥାନ୍ତି ଯେଉଁ ଥିରେ ଗୁରୁଜୀ ଗୁରୁମା ମଧ୍ୟ ଉପସ୍ଥିତ ରହି ଥାଆନ୍ତି